ଆଜି ସୁସ୍ଥ ହେଲେ ୧୧୬୨୭ ଜଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୬୨୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୮୯୬୧୦ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୨୧୮୮ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୮୭୮, କଟକ ଜିଲ୍ଲାରୁ ୭୭୦, ଅନୁଗୋଳରରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗୀରରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ଵରରୁ ୩୪୦, ଝାରସୁଗୁଡାରୁ ୨୯୮, ନବରଙ୍ଗପୁରରୁ ୨୯୦, ବରଗଡରୁ ୨୮୭, ନୟାଗଡରୁ ୨୬୧, ଗଞ୍ଜାମରୁ ୨୩୮, ରାୟଗଡାରୁ ୨୩୬, ଜଗତସିଂହପୁରରୁ ୨୩୪, ବୌଦ୍ଧରୁ ୨୨୭ ଆଦି ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।