ଦେଶର ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶିଳ୍ପ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଅଗ୍ରଗତି ହେଉଛି । ବ୍ୟବସାୟୀକ କ୍ଷେତ୍ରକୁ ବିଭିନ୍ନ ବ୍ୟବସାୟ କେନ୍ଦ୍ର ସହିତ ଯୋଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଆଉ ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦେଇଛନ୍ତି ଭାରତ ସରକାର । ଯାହା ଫଳରେ ବିଭିନ୍ନ ଦ୍ରବ୍ୟ ତଥା ଶିଳ୍ପ ସଂସ୍ଥାଗୁଡିକୁ କଞ୍ଚାମାଲ ପଠାଇବା ଆହୁରି ମଧ୍ୟ ସହଜ ହୋଇଯିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦିଆଯାଇଛି । ସେଗୁଡିକ ହେଉଛି ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର, ଅମ୍ରିତସର-କୋଲକାତା, ଚେନ୍ନାଇ-ବେଙ୍ଗାଲୁରୁ, ଭାଇଜାଗ୍‌-ଚେନ୍ନାଇ, ଇଷ୍ଟ କୋଷ୍ଟ ଇକୋନୋମିକ୍‌ କରିଡର, ହାଇଦ୍ରାବାଦ-ନାଗପୁର, ହାଇଦ୍ରାବାଦ-ଓ୍ବାରଙ୍ଗାଲ୍‌, ହାଇଦ୍ରାବାଦ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ମୁମ୍ବାଇ, ଏକ୍ସେଟେନସନ୍‌ ଅଫ୍‌ ସିବିଆଇସି ଟୁ କୋଚି ଭାୟା କୋଏମ୍ବାଟୁର ଏବଂ ଦିଲ୍ଲୀ-ନାଗପୁର ଶିଳ୍ପ କରିଡର ।

ବେଙ୍ଗାଲୁରୁ ଦେଶର ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ସ୍ଥାନ ଭାବେ ଜଣାଯାଏ । ତେଣୁ ସେଠାକୁ ୩ଟି ବ୍ୟବସାୟିକ କରିଡର ମିଳିଛି । ଏହା ସହିତ ଗୋଟିଏ ଏକ୍ସଟେନ୍‌ସନ୍‌ କରିଡର ମଧ୍ୟ ମିଳିଛି । ଏହି ୧୧ଟି ଶିଳ୍ପ କରିଡରକୁ କେନ୍ଦ୍ର ସରକାର ଅନୁମୋଦନ ଦେବାପରେ ବ୍ୟବସାୟିକ କାରବାର ପାଇଁ ଯୋଗାଯୋଗ ଆହୁରି ସହଜ ହୋଇପାରିବ । ଏହା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶିଳ୍ପ କାରବାର ବୃଦ୍ଧି ପାଇବ । ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହି କରିଡର ଗୁଡିକ ବେଶ ସହାୟକ ହେବ ।

Leave a Reply

Your email address will not be published. Required fields are marked *