୯୫% ଲୋକ ଆରକ୍ଷଣରେ ସାମିଲ ହେବେ
ଉଚ୍ଚ ଜାତିର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ ଲୋକସଭାରେ ପାରିତ
ଭୁବନେଶ୍ୱର,(ଓଟି): ଉଚ୍ଚ ଜାତିର ଗରିବଙ୍କ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ମଙ୍ଗଳବାର ଲୋକସଭାରେ ପାସ ହୋଇଯାଇଛି। ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ ବିଲ ପାସ କରିଛନ୍ତି। ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ରାତି ୯ଟା ୫୫ରେ ଭୋଟିଂ ହୋଇଥିଲା।
ଭୋଟିଂରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡ଼ିଥିଲା। ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ଆଜି ସନ୍ଧ୍ୟା ୫ଟାରେ ଆଲୋଚନା ହେବା ପରେ ବିଧେୟକ ଉପରେ ରାତି ୯ଟା ୫୫ରେ ଭୋଟିଂ ଆରମ୍ଭ ହୋଇଥିଲା। ଏବେ ସରକାରଙ୍କ ନଜର ରାଜ୍ୟସଭା ଉପରେ ରହିବ। ବୁଧବାର ଏହାରି ଉପରେ ଆଲୋଚନା ହେବ।
ଏହି ବିଧେୟକ ଉପରେ ସନ୍ଧ୍ୟା ୫ଟାରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଥାବରଚନ୍ଦ୍ର ଗହଲୋତ କହିଥିଲେ, ଘରୋଇ ଶିକ୍ଷା ପ୍ରତିଷ୍ଠାନରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏହା ପରେ ସେ ସମସ୍ତ ଦଳକୁ ସମର୍ଥନ ମାଗିଥିଲେ।

ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ସଂସଦରେ ଆଇନରେ ପରିଣତ କରି ଲାଗୁ କରାଗଲେ ଦେଶର ପ୍ରାୟ ୯୫% ଲୋକଙ୍କୁ ଆରକ୍ଷଣର ଲାଭ ମିଳିବ। ଏଥିପାଇଁ ପରିବାରର ରୋଜଗାର ୮ଲକ୍ଷରୁ କମ୍ ରଖାଯାଇଛି। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏବଂ ଏନଏସଏସଓ ରିପୋର୍ଟ ଅନୁସାରେ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରାଗଲେ ଦେଶର ୯୫% ଲୋକ ଏଥିରେ ସାମିଲ ହୋଇପାରିବେ।
ବାର୍ଷିକ ୮ଲକ୍ଷ ରୋଜଗାରର ଅର୍ଥ ହେଉଛି, ଯଦି କୌଣସି ପରିବାରରେ ୫ଜଣ ସଦସ୍ୟ ଅଛନ୍ତି ତେବେ ପ୍ରତ୍ୟେକ ବ୍ୟକ୍ତିର ମାସିକ ଆୟ ୧୩୦୦୦ରୁ ସାମାନ୍ୟ ଅଧିକ ହେବ। ଏନଏସଏସଓ ସର୍ଭେ ୨୦୧୧-୧୨ଅନୁସାରେ ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିର ମାସିକ ଆୟ ୨୬୨୬ଟଙ୍କା ଓ ସହରାଞ୍ଚଳରେ ଏହା ୬୦୧୫ଟଙ୍କା ହୋଇପାରେ। ୧୦% ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ ମାତ୍ର ୫% ଉଚ୍ଚ ଆୟ ବର୍ଗର ଲୋକ ଏଥିରୁ ବଞ୍ଚିତ ହେବେ।
୨କୋଟି ୩୦ଲକ୍ଷ ଲୋକଙ୍କ ଆୟ ୪କୋଟିରୁ ଅଧିକ

୨୦୧୬-୧୭ରେ କେବଳ ୨କୋଟି ୩୦ଲକ୍ଷ ଲୋକ ନିଜର ଆୟ ୪କୋଟିରୁ ଅଧିକ ବୋଲି ଘୋଷଣା କରିଥିଲେ। ଯଦି ଏକାକୁ ମାନିନେବା କି କୌଣସି ପରିବାରରେ ଦୁଇଜଣ ରୋଜଗାର କରିବା ଲୋକ ଅଛନ୍ତି ଓ ସେମାନଙ୍କ ଆୟ ୪ଲକ୍ଷରୁ କମ୍ ରହିଛି। ଏଭଳି ସ୍ଥିତିରେ ଏକ କୋଟି ପରିବାର ବାର୍ଷିକ ୮ଲକ୍ଷ ଆୟ ସୀମାରୁ ବାଦ୍ ପଡ଼ିବେ। ଏହି ସଂଖ୍ୟା ଭାରତୀୟ ଲୋକସଂଖ୍ୟାର ପ୍ରାୟ ୪% ହେବ।
କ’ଣ କହୁଛି ସରକାରୀ ତଥ୍ୟ

ସରକାରଙ୍କ ପକ୍ଷରୁ ସୋମବାର ଦିନ ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବାର୍ଷିକ ଆୟ ୧ଲକ୍ଷ ୨୫ହଜାର କୁହାଯାଇଛି। ଏହାର ଅର୍ଥ ହେଉଛି ଯଦି କୌଣସି ପରିବାରରେ ୫ଜଣ ସଦସ୍ୟ ଥିବେ ତାହେଲେ ସେମାନଙ୍କ ଆୟ ୬.୨୫ଲକ୍ଷ ହେବ। ଏଭଳି ସ୍ଥିତିରେ ଏହି ପରିବାରକୁ ନୂଆ ବ୍ୟବସ୍ଥାରେ ଆରକ୍ଷଣ ମିଳିବ। ଯେଉଁ ପରିବାରର ବାର୍ଷିକ ଆୟ ୮ଲକ୍ଷରୁ ଅଧିକ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ।
ସଂସଦରେ ବିଲ ପାସ୍ ହୋଇ ଆଇନରେ ପରିଣତ ହେବା ପରେ ଦେଶର ୯୫% ଲୋକଙ୍କୁ ଆରକ୍ଷଣ ସୁବିଧା ମିଳିବ। ବର୍ତ୍ତମାନ ୨୩% ଏସସି/ଏସଟି, ୪୦-୪୫% ଓବିସିଙ୍କୁ ଆରକ୍ଷଣ ସୁବିଧା ମିଳୁଛି। ଜାତି ଆଧାରିତ ଆରକ୍ଷଣରେ ୨୩-୩୭% ଲୋକଙ୍କୁ ସୁବିଧା ମିଳୁଛି। ନୂଆ ଆଇନରେ ଏହର ୯୫% ହେବାର ବହୁ ସମ୍ଭାବନା ରହିଛି।