୧୦% କୋଟା ବିଲ୍‌କୁ ଚ୍ୟାଲେଞ୍ଜ

ଭୁବନେଶ୍ଵର, (ଓଟି): ମୋଦି ସରକାରଙ୍କ ପାଇଁ ଆଗାମୀ ନିର୍ବାଚନରେ ଅସ୍ତ୍ର ହେବାକୁ ଯାଉଥିବା ୧୦% କୋଟା ବିଲ୍‌ ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ସମ୍ବିଧାନର ମୂଳ ଭିତ୍ତି ‘ସମସ୍ତଙ୍କୁ ସମାନତା’ ପ୍ରସଙ୍ଗକୁ ଏହା ବ୍ୟାହତ କରୁଛି ବୋଲି ଅଭିଯୋଗ ହୋଇଛି। ୟୁଥ୍‌ ଫର୍‌ ଇକ୍ଵାଲିଟି’ ନାମକ ଏକ ସଂସ୍ଥା ଏ ବାବଦରେ ଅଭିଯୋଗ କରିଛନ୍ତି।

ଏହି ଅବାଦେନରେ କୁହାଯାଇଛି ଯେ, ସମ୍ବିଧାନର ମୂଳ ଭିତ୍ତି ସହ ବିିଭିନ୍ନ ସମୟରେ ମୌଳିକ ଅଧିକାରର ସୁରକ୍ଷା ନେଇ ସୁପ୍ରିମ୍‌କୋର୍ଟ ଯେଉଁ ରାୟସବୁ ପ୍ରକାଶ କରିଛନ୍ତି ସେମସବୁକୁ ଏହା ବିରୋଧ କରୁଛି। ସଂରକ୍ଷଣ ମାମଲାରେ ଅର୍ଥନୀତିକ ପଛୁଆ ପଣକୁ ଏକ କାରକ ଭାବେ ଗ୍ରହଣ ନକରିବା ପାଇଁ ସୁପ୍ରିମ୍‌କୋର୍ଟ ‘ଇନ୍ଦିରା ସାହାଣୀ’ ମାମଲାରେ ରାୟ ଦେଇଥିଲେ। କିନ୍ତୁ ଏବେ ଏହି କାରକକୁ ଅସ୍ତ୍ର କରି ସଂସଦରେ ଆଇନ ପାରିତ କରାଯାଇଥିବାରୁ ତାହା ପରସ୍ପର ପରିପନ୍ଥୀ ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ଏହାବାଦ୍‌ ୫୦ ପ୍ରତିଶତରୁ ସଂରକ୍ଷଣ ପ୍ରକ୍ରିୟା ନ ଡିଆଁଇବା ଲାଗି ସୁପ୍ରିମ୍‌କୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁମ ଧ୍ୟ ଏହି ବିଲ୍‌ ବିରୋଧ କରୁଛି ବୋଲି ଉଲ୍ଲେଖ କରାଯାଇଛି।

ସମାନତାକୁ ବିରୋଧ କରୁଥିବା ଦର୍ଶାଇ ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ଏହି ବିଲ୍‌ କେବଳ ସାଧାରଣ ବର୍ଗଙ୍କ କ୍ଷେତ୍ରରେ ଅର୍ଥନୀତିକ ପଛୁଆ ନାଗରିକଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବ ରଖିଛି। ଏହାଦ୍ଵାରା ଓବିସି, ଏସ୍‌ସି, ଏସ୍‌ଟି ବର୍ଗ ବଞ୍ଚିତ ହୋଇଛନ୍ତି। ଏଣୁ ଏହି ବିଲ୍‌ ମୌଳିକ ଚିନ୍ତାଧାରାର ବିରୋଧୀ ବୋଲି ଅଭିଯୋଗ ହୋଇଛି।

ମୋଦି ସରକାରଙ୍କ ଦ୍ଵାରା ଆଗତ କରାଯାଇଥିବା ୧୦ ପ୍ରତିଶତ ଆରକ୍ଷଣ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଛି। ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲେ ଆଇନରେ ପରିଣତ ହେବ। ନିର୍ବାଚନ ପୂର୍ବରୁ ଏହିପରି ଏକ ବିଲ୍‌ ସାଧାରଣ ବର୍ଗଙ୍କ ଭୋଟ୍‌ ହାତେଇବା ଲାଗି ବିଜେପି ତଥା ଏନ୍‌ଡିଏକୁ ସହାୟକ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏ ଭିତରେ ଯଦି ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାନ୍ତି ତେବେ ମୋଦି ସରକାରଙ୍କ ଉଦ୍ୟମ ପାଣିଫାଟିବା ଆଶଙ୍କା ବି ରହିଛି।

ପୁଣି ହୋଇପାରେ ବଡ଼ ଘୋଷଣା : ବିପିଏଲ ପରିବାରକୁ ମାସିକୁ ମିଳିବ

http://odishatime.com/direct-cash-for-bpl-family/୨୫୦୦ ଟଙ୍କା

ପୌର ନିର୍ବାଚନ ପାଇଁ ବାଟ ଫିଟିଲା: ୫୦ ପ୍ରତିଶତରୁ ଅଧିକ ସ୍ଥାନ

http://odishatime.com/no-reservation-beyond-50-in-municipalities/ସଂରକ୍ଷଣକୁ ନା

Leave a Reply

Your email address will not be published. Required fields are marked *