ଆଜି ବିଶ୍ୱ ଏଡ୍‌ସ ଦିବସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ସାରା ବିଶ୍ୱରେ ପାଳନ ହେଉଛି ଏଡ୍‌ସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ୍‌ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଉଛି। ହେଲେ ସବୁ ସଚେତନତା ପରେ ବି ବାଲେଶ୍ୱର ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି।

ଜିଲ୍ଲାରେ ୧୬୮୯ ଜଣ ଏଡ୍‌ସ ରୋଗୀ ଥିବା ବେଳେ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବଗୋଷ୍ଠୀ। ଯଦି ପାଞ୍ଚ ବର୍ଷର ରେକର୍ଡକୁ ଦେଖିବା; ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ୨୦୧୫-୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୬୫ ଜଣ ଆକ୍ରାନ୍ତ ହୋଇଛନ୍ତି।

୨୦୧୫ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ରହିଥିବା ବେଳେ ୨୦୧୬ ମସିହାରେ ୯୯ ଜଣ, ୨୦୧୭ ମସିହାରେ ୯୫, ୨୦୧୮ ମସିହାରେ ୯୭, ୨୦୧୯ ମସିହାରେ ୧୧୪ ଏବଂ ୨୦୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଉଲ୍ଲେଖ ଥାଉ କି କରୋନା ପାଇଁ ଏଡ୍‌ସ ପରୀକ୍ଷା ହୋଇ ନଥିବାରୁ ଚଳିତ ବର୍ଷ ଆକ୍ରାନ୍ତ ସଂଖ୍ୟା ଏତେ କମ୍‌ ରହିଛି ବୋଲି ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *