ଅଂଶୁଘାତ ରୋଗୀଙ୍କ ପାଇଁ ୧୦ ଶଯ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲରେ ଅଂଶୁଘାତ ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଅଂଶୁଘାତ ୱାର୍ଡ କରାଯାଇଛି। ଯେଉଁଠି ୧୦ ଶଯ୍ୟା ସଂରକ୍ଷିତ ରହିଛି। ଶୀତତାପ ନିୟନ୍ତ୍ରିତ ଏହି ୱାର୍ଡରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗୁରୁତର ରୋଗୀଙ୍କୁ ଏଠାରେ ରଖାଯାଇ ଚିକିତ୍ସା କରାଯିବ। ପ୍ରାରମ୍ଭରେ ଅଂଶୁଘାତ ରୋଗୀଙ୍କୁ ଆଶୁଚିକିତ୍ସା କେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ଦିଆଯିବ। ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଚୁର ପରିମାଣର ଓଆରଏସ୍‌ ପାଉଡର ସହିତ ସାଲାଇନ ସଂରକ୍ଷିତ ରହିଛି। ଆବଶ୍ୟକସ୍ଥଳେ କରୋନା ଆଇସିୟୁ ଗୃହରେ ଅଂଶୁଘାତ ରୋଗୀଙ୍କୁ ରଖାଯାଇ ଚିକିତ୍ସିତ କରାଯିବ।

ଆଗକୁ ଅଧିକ ଗ୍ରୀଷ୍ମ ଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଯେଭଳିଭାବେ ହଟହଟା ନହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେହିପରି ଖରାପ ଥିବା ଆକ୍ବାଗାର୍ଡ ମେସିନକୁ ନିକଟରେ ମରାମତି କରାଯିବା ସହିତ ଆଉ ୫ଟି ନୂଆ ମେସିନ ଲାଗିବା ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *