ଖାଦାନ ଖୋଦେଇ ବେଳେ ମିଳିଲା ୧୦.୬୯ କ୍ୟାରେଟର ମୂଲ୍ୟବାନ ହୀରା

ପନ୍ନା, (ଓଡିଶା ଟାଇମ୍‌): ହୀରା ଖାଦାନ ଭାବେ ପ୍ରସିଦ୍ଧ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଖାଦାନ ଖୋଦେଇ ବେଳେ ଜଣେ ବ୍ୟକ୍ତି ୧୦.୬୯ କ୍ୟାରେଟର ଏକ ମୂଲ୍ୟବାନ ହୀରା ଖଣ୍ଡ ପାଇଛନ୍ତି ।

ଯାହା ୫୦ ଲକ୍ଷରୁ ୧ କୋଟି ମଧ୍ୟରେ ବିକ୍ରି ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ପନ୍ନାର ହୀରା କାର୍ଯ୍ୟାଳୟ ଅଧିକାରୀ ଆରକେ ପାଣ୍ଡେ କହିଛନ୍ତି ଯେ ଆନନ୍ଦୀ ଲାଲ୍ କୁଶୱାହା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଉକ୍ତ ଖାଦାନକୁ ଲିଜରେ ନେଇଥିବା ବେଳେ ତାଙ୍କୁ ଖାଦାନ ଖୋଦେଇ ବେଳେ ଏହି ହୀରା ମିଳିଛି । ଯାହା ଅତ୍ୟନ୍ତ ମୂଲ୍ୟବାନ ହୋଇଥିବା ବେଳେ ଓଜନ ୧୦.୬୯ କ୍ୟାରେଟ୍ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପନ୍ନା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୧୫ କିମି. ଦୂର ରାନିପୁର ସ୍ଥିତ ଉଥଲି ହୀରା ଖାଦାନରେ ଖୋଦେଇ ବେଳେ ଏହା ମିଳିଛି । ଏହି ହୀରାକୁ ପାଇବା ପରେ ଆନନ୍ଦୀ ହୀରା କାର୍ଯ୍ୟାଳୟରେ ଜମା କରି ଦେଇଛନ୍ତି ।

ଏହାକୁ ନିଲାମୀରେ ବିକ୍ରି କରାଯିବ । ନିଲାମରୁ ଯାହା ଅର୍ଥ ରାଶି ମିଳିବ ସେଥିରୁ ଟ୍ୟାକ୍ସ କଟାଯାଇ ବାକି ପଇସା ସମ୍ପୃକ୍ତ ବ୍ୟକ୍ତି ପ୍ରଦାନ କରାଯିବ ।

ଏନେଇ ଆନନ୍ଦୀ ଖୁବ୍ ଖୁସି ଥିବା ବେଳେ ପୂର୍ବରୁ ମଧ୍ୟ ୭୦ ସେଣ୍ଟର ଏକ ହୀରା ଖଣ୍ଡ ପାଇଥିବା ନେଇ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *