ହେଲଥ୍ ଟିପ୍ସ: ଜାଣନ୍ତୁ କେଉଁ କାନରେ ଶୁଣିବେ ମୋବାଇଲ୍

ଆଜିର ସମୟରେ ସମସ୍ତଙ୍କ ପାଇଁ ମୋବାଇଲ୍ ଅତ୍ୟାବଶ୍ୟକ ହୋଇପଡ଼ିଛି । ଅଧିକ ସମୟ ମୋବାଇଲ୍ ବ୍ୟବହାର କରୁଥିଲେ, ତାହା ସ୍ୱାସ୍ଥ୍ୟ ପ୍ରତି ବିପଦଜନକ । ଏହା ଜାଣି ମଧ୍ୟ କେହି ମୋବାଇଲର ବ୍ୟବହାର କମ୍ କରୁନାହାନ୍ତି । ତେବେ କେଉଁ କାନରେ ମୋବାଇଲ୍ ଦେବେ, ତାହା ମଧ୍ୟ ଜାଣିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତରେ କେବେ ମଧ୍ୟ ଡାହାଣ କାନରେ ମୋବାଇଲ୍ ଦେବା ଉଚିତ୍ ନୁହେଁ । କାରଣ ବାମ କାନ ତୁଳନାରେ ଡାହାଣ କାନର ପ୍ରତ୍ୟେକ ସ୍ନାୟୁ ଅଧିକ ମାତ୍ରାରେ ମସ୍ତିଷ୍କ ସହିତ ଯୋଡ଼ି ହୋଇ ରହିଥାଏ । ତେଣୁ ଡାହାଣ କାନରେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମୋବାଇଲର ରେଡିଏସନ୍ ମସ୍ତିଷ୍କ ଉପରେ କୁପ୍ରଭାବ ପକାଏ । ଫଳରେ ଚିଡ଼ଚିଡ଼ାପଣ, ସ୍ମରଣ ଶକ୍ତି ହ୍ରାସ ଓ ବିଭିନ୍ନ ପ୍ରକାର ସ୍ନାୟୁଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସବୁବେଳେ ବାମ କାନରେ ମୋବାଇଲ୍ ବ୍ୟବହାର କରିବା ଉଚିତ୍ । ଏହା ସହିତ ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ୍, ଟିଭି, ଲାପଟପ୍ ଆଦି ସବୁପ୍ରକାର ଡିଜିଟାଲ୍ ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଏହି ୨ଟି ଜିନିଷକୁ ଅଭ୍ୟାସ କରିବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ସହଜରେ ଦୂରେଇ ଦେଇପାରିବେ ।

Leave a Reply

Your email address will not be published. Required fields are marked *