ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ କ୍ୟଟରିଙ୍ଗ ସେବା ଇଛାଧୀନ  

ଏଣିକି ଭୁବନେଶ୍ଵର ଷ୍ଟେସନ୍‌ରୁ ରାଜଧାନୀ ଟ୍ରେନ୍‌ରେ ଗଲାବେଳେ ଆପଣଙ୍କୁ ଟ୍ରେନ୍‌ ଖାଇବାକୁ ବାଧ୍ୟ ହେବାକୁ ପଡ଼ିବ ନାହିଁ। ଆପଣଙ୍କ ଟିକେଟ୍‌ ସହ ଖାଦ୍ୟ ଦେୟକୁ ମିଶାଯିବ ନାହିଁ। ଆପଣ ଚାହିଁଲେ ଟ୍ରେନ୍‌ କ୍ୟାଟେରର୍‌ଠୁ ଖାଇବା ମଗାଇପାରିବେ ନହେଲେ ନିଜ ଇଚ୍ଛାଅନୁସାରେ ଖାଦ୍ୟ ନେଇ ଟ୍ରେନ୍‌ରେ ଖାଇପାରିବେ। ସେପ୍ଟେମ୍ବର ପହିଲାରୁ ଏହିଭଳି ବ୍ୟବସ୍ଥାକୁ ରେଳବାଇ ପକ୍ଷରୁ ଲାଗୁ କରାଯାଉଛି। 

ପୂର୍ବରୁ ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧୀନ ଭାବେ ପ୍ରଚଳନ କରାଯାଇଥିଲା। 

ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧୀନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।  
ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ। ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁଁ ।    

Leave a Reply

Your email address will not be published. Required fields are marked *