ଗପ କହୁଛି ମଣିଷ ଚରିତ୍ରର କଥା: ପଢ଼ନ୍ତୁ କଥାକାର ଗୌରହରି ଦାସଙ୍କ ନୂଆ ସଂକଳନ ‘ବିଦେଶ ଓ ଅନ୍ୟାନ୍ୟ ଗଳ୍ପ’
ଭୁବନେଶ୍ୱର, (ଓଟି): କଥାରେ ଅଛି ନର ମାୟା ସ୍ୱୟଂ ନାରାୟଣଙ୍କୁ ବି ଅଗୋଚର । ଅର୍ଥାତ୍ ପରିବର୍ତ୍ତିତ ଲୋକ ଚରିତ୍ରର ପାଖୁଡ଼ାଗୁଡ଼ିକୁ ଚିହ୍ନିବା ଏକ କଠିନ ବ୍ୟାପାର କିନ୍ତୁ ସୁନାକୁ ବଣିଆ ଚିହ୍ନିଲାପରି ନିଜର ଅଭିଜ୍ଞତାରୁ ମଣିଷ ଚରିତ୍ରକୁ ଚିହ୍ନି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ କଥାକାର ଡ. ଗୌରହରି ଦାସ । ନିଜର ନୂଆ ସଂକଳନ ” ବିଦେଶ ଓ ଅନ୍ୟାନ୍ୟ ଗଳ୍ପ’ରେ ସେ ଏମିତି ୨୫ଟି କାହାଣୀକୁ ଉପସ୍ଥାପନ କରିଛନ୍ତି ଯେମିତି ସେଗୁଡ଼ିକୁ ପଢ଼ିଲେ ଆପଣ ସେ ଚରିତ୍ର ସହ ବାସ୍ତବ ଦୁନିଆରେ ଚାଲିଲା ଭଳି ଅନୁଭବ କରିବେ, ପିଲାଦିନକୁ ମନେପକାଇବେ, ତାରି ଆନନ୍ଦରେ ଆଉକିଛିଦିନ ପ୍ରଫୁଲ୍ଲିତ ହେବେ, ଏହା ନିଃସନ୍ଦେହ ।
ଏହି ପୁସ୍ତକକୁ ପ୍ରକାଶନ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରକାଶନ ସଂସ୍ଥା “ବ୍ଲାକ୍ ଇଗଲ ବୁକ୍ସ‘ । ବହିଟି ଏବେ ଭାରତ ଓ ବିଦେଶ ବଜାରରେ ଆମାଜନ୍ ଦ୍ୱାରା ଉପଲବ୍ଦ । ଭାରତ ସମେତ ଆମେରିକା, ଜର୍ମାନୀ, କ୍ୟାନାରା, ଇଂଲଣ୍ଡ, ମେକ୍ସିକୋ, ଜାପାନ୍ ପ୍ରଭୃତି ଦେଶରେ ଥିବା ଓଡ଼ିଆ ଆମାଜନ୍ ପ୍ଲାଟ୍ଫର୍ମରୁ ଏହି ପୁସ୍ତକଟିକୁ ପାଇପାରିବେ । ପୁସ୍ତକର ମୂଲ୍ୟ ରହିଛି ୪୦୦ ଟଙ୍କା । ଆମାଜନ୍ କିମ୍ବା ବର୍ଣ୍ଣସ ଆଣ୍ଡ ନୋବଲ୍ରେ ଆଇଏସ୍ବିଏନ୍ ସଂଖ୍ୟା ୯୭୮୧୬୪୬୦୦୧୭୬ ଖୋଜିଲେ ଆପଣ ଏହି ବହିଟି ପାଇପାରିବେ ।
୨୧ ବର୍ଷ ବୟସରେ ନିଜର ପ୍ରଥମ ଗଳ୍ପ ସଂକଳନକୁ ସଡ଼ିଆ ସାହିତ୍ୟାନୁରାଗୀଙ୍କୁ ଭେଟି ଦେଇଥିବା ଗୌରହରି ଏହି ଗଳ୍ପ ସଂକଳନରେ ଜନ୍ମ ମାଟି ପ୍ରତି ଆକର୍ଷଣକୁ ନିଜର ସରଳ ଓ ସାବଲୀଳ ଶବ୍ଦ ସମ୍ଭାରରେ ଗୁନ୍ଥିଛନ୍ତି । ବହିର ପ୍ରତିଟି ଶବ୍ଦ ଆପଣଙ୍କୁ ସେଇ ମହକ ଆଡ଼କୁ ଟାଣିନେବ । କେତେବେଳେ ବିଦେଶରେ ଥାଇ ଆପଣଙ୍କୁ ଗାଁ କଥା ମନେ ପକାଇବ ତ କେତେବେଳେ ତାହାର ଆକର୍ଷଣରେ ଆପଣ ବହିର ପୃଷ୍ଠା ସହ ଯାତ୍ରା କରିବେ ଏକାଏକା । ସବୁକିଛି ହଜିଗଲା ଭଳି ଲାଗିବ ତାହା ତ ନିଶ୍ଚିତ । ସବୁ କାହାଣୀରେ ଏକ ଦରଦୀ ଭାବ, ମଣିଷତ୍ୱର ବାସ୍ନା ଆଉ ଭଲ ପାଇବାର ଅନ୍ତରଙ୍ଗ ଅନୁଭବ କରିବେ ଏଇ ପୁସ୍ତକରେ । ଏହାତ ଗୌରହରିଙ୍କ ବିଶେଷତ୍ୱ ଯିଏ କାହାଣୀ ସଙ୍ଗେ ପାଠକ ସହ ଯାତ୍ରା କରନ୍ତି ଆଉ କାହାଣୀର ସବୁ ଚିତ୍ରଗୁଡ଼ିକୁ ପାଠକର ମାନସପଟରେ ଆଙ୍କି ଦିଅନ୍ତି-ସେହି ମୁହୂର୍ତ୍ତରେ । ଏହି ପୁସ୍ତକରେ ଆପଣ ପିଲାଦିନର ସ୍ମୃତିଟିଏ ପୁଣିଥରେ ଆଙ୍କିବେ ଆଉ କିଛିଦିନ ସେଇ ସ୍ମୃତିରେ ଆଗକୁ ପ୍ରଫୁଲ୍ଲିତ ହେବେ ସେଥିରେ ସନ୍ଦେହ ନାହିଁ ।
ଆମାଜନ୍ରେ ଏହି ପୁସ୍ତକକୁ ୫ରୁ ୪.୭ ରେଟିଂ ମିଳିଛି । ଅର୍ଥାତ୍ ଲୋକଙ୍କ ଆଦ୍ରୁତି ଯଥେଷ୍ଟ ରହିଛି ।